Winning entries could not be determined in this language pair.There were 3 entries submitted in this pair during the submission phase. Not enough votes were submitted by peers for a winning entry to be determined.Competition in this pair is now closed. |
ଚଳିତ ଯୁଗର ପ୍ରସଙ୍ଗ , ଆଜିର ବିକସିତ ସମାଜରେ ଜନତାର କୋଳାହଳ ରହିତ ଶାନ୍ତି ପାଇଁ କାମନା ବିଫଳ ପ୍ରତୀତ ହେଉଛି । ବାହନ ଯାତାୟାତ ଶବ୍ଦ, ଅବିରତ ଫୋନ୍ ଘଣ୍ଟି, ବସ୍ ଏବଂ ରେଳଗାଡ଼ିରେ ଡ଼ିଜିଟାଲ୍ ସୂଚନା, ଏମିତିକି କର୍ମଚାରୀ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ଦୂରଦର୍ଶନ ଧ୍ୱନି ଅସରନ୍ତି ବ୍ୟାଟେରୀ ସମାନ ଦିନରାତି ମନୁଷ୍ୟ ମନରେ ବିକର୍ଷଣ ତଥା ଅନ୍ୟମନସ୍କତା ଭାବ ଜାତ କରାଉଛି । ମାନବଜାତି ଶବ୍ଦ ପ୍ରଦୂଷଣ ର ପ୍ରଭାବରେ ଉର୍ଜାହୀନ ଅନୁଭବ କଲେ ମଧ୍ୟ ଠିକ୍ ବିପରୀତ ପରିଣାମ ପାଇଁ ଆଶା ରଖୁଛି । ଘନ ଜଙ୍ଗଲରେ, ଅଗାଧ ବିସୃତ ସମୁଦ୍ରରେ, ଏକାନ୍ତ ସ୍ଥାନରେ ନିସ୍ତବ୍ଧତା ତଥା ଏକାଗ୍ରତା ଖୋଜୁଛି । ଇତିହାସ ପ୍ରାଧ୍ୟାପକ ଆଲେନ୍ କୋର୍ବିନ୍, ‘ସୋର୍ବିନ୍ ରେ ଶରଣାର୍ଥୀ’ ନିବନ୍ଧ ରେ , ନରଓ୍ବେର ପରିବ୍ରାଜକ ଅର୍ଲିନ୍ଗ କାଗ୍ ସ୍ବଲିଖିତ ‘ମେମୋରିଜ୍ ଅଫ୍ ଦ ଓ୍ବେଷ୍ଟ ଅଫ୍ ଆନ୍ଟାର୍ଟିକା’ ରେ, ଦୁଇଜଣ ରଚୟିତା ତା- ଙ୍କ ରଚନାରେ ପଳାୟନ ପନ୍ଥୀ ଭାବର ପରିଚୟ ଦେଇଛନ୍ତି । ପରନ୍ତୁ ‘ ଏ ହିଷ୍ଟ୍ରି ଅଫ୍ ସାଇଲେନସ୍ ‘ ସମୀକ୍ଷା ରେ ଶ୍ରୀଯୁକ୍ତ କୋର୍ବିନ୍ ବିଗତ ସମୟ ତୁଳନାରେ ବର୍ତମାନର ନାଦ ଅପେକ୍ଷାକୃତ କମ ହେବାର ସଙ୍କେତ କରିଛନ୍ତି। ପୂର୍ବେ ଗ୍ୟାସ୍ ଯାନ୍ତ୍ରିକୀ ବାହନର ଚକା, ଧାତୁ ପ୍ରାଣବନ୍ତକରଣ ଘୋଡ଼ା ନାଲ ର କର୍ଣକ଼଼ଟୁ ଶବ୍ଦ ରାସ୍ତାରେ ବହୁପରିଚିତ ଥିଲା। ମୋବାଇଲ୍ ଫୋନ୍ ସହିତ ସ୍ୱନିର୍ବାସନ ଯୁଗ ଆସିବା ଆଗରୁ ଲୋକମାନେ ବସ୍ , ରେଳଗାଡ଼ି ଶବ୍ଦ ସହିତ ପରସ୍ପର ମଧ୍ୟରେ କଥାବାର୍ତା କରିବାରେ ଅଭ୍ୟସ୍ତ ଥିଲେ । ଖବରକାଗଜ ବିକ୍ରେତା ଚୁପ୍ ଚାପ୍ ଠିଆ ହେଉ ନ ଥିଲେ, ସେମାନେ ଚେରୀ ଅଥବା ବାଇଗଣୀ ରଙ୍ଗ ର ତାଜା ମ୍ୟାକରେଲ୍ ମାଛ ବିକାଳୀ ପରି ଉଚ୍ଚଗଳାରେ ଘୋଷଣା କରି ଗ୍ରାହକ ମାନ ଙ୍କୁ ଆକର୍ଷିତ କରୁଥିଲେ । ଅପେରା ଏବଂ ସିନେମାଘର ହୁଜ୍ଜା ତଥା ସୈନିକ ବାରାକ୍ ପରି ଅବ୍ୟବସ୍ଥିତ ଦେଖିବାକୁ ମିଳୁଥିଲା । ଏପରିକି ଗ୍ରାମୀଣ ଇଲାକାରେ କଠିନ ପରିଶ୍ରମ ସହିତ କୃଷକର ସଙ୍ଗୀତ ଆଜିକାଲି ଦୁର୍ଲଭ ହୋଇଗଲାଣି । ପ୍ରକୃତରେ, ଗତ ଶତାବ୍ଦୀର ଶବ୍ଦ ପ୍ରଦୂଷଣ ଅଭିଯୋଗ ସହିତ ଆଜିର ସମୟରେ କୋଳାହଳ ମାନକ ସ୍ତର ମଧ୍ୟରେ ବିଶେଷ ବ୍ୟବଧାନ ନ ଥିଲେ ମଧ୍ୟ ବିକର୍ଷଣ ଅବଶୋଷର ପ୍ରଧାନ କାରଣ, ନୀରବତା ଯେଉଁଠାରେ ଅଧିକାର ପ୍ରମାଣ କରିପାରିଥାନ୍ତା ସେଠାରେ ଅନ୍ୟମନସ୍କତା ବିରାଜମାନ । ଅନ୍ୟଏକ ବିରୋଧାଭାସ ପ୍ରତୀତ ହେଉଛି, ଘନ ପାଇନ୍ ବନରେ, ବୃକ୍ଷହୀନ ମରୁଭୂମିରେ ଅଥବା ତୁରନ୍ତ ଖାଲି ହୋଇଥିବା ଗୃହ ର ନୀରବତା ସ୍ୱାଗତ ବଦଳରେ ମନରେ ଶ ଙ୍କା ଜାତ କରାଏ । ନିସ୍ତବ୍ଧତାରେ , ନିଶବ୍ଦ ଆଶ ଙ୍କା ର ଆଗମନ ; ସ୍ୱାଭାବିକ ରୂପରେ ପତ୍ୟେକ ଶବ୍ଦ ପାଇଁ କାନ ଜାଗ୍ରତ, ଅଗ୍ନି ଶିଖାର ଲଟ୍ ପଟ୍ ଧ୍ବନି, ପକ୍ଷୀ କଳରବ ତଥା ପବନରେ ପତ୍ର ର ଗୀତ , ମନରେ ଉଠୁଥିବା ଅଜ୍ଞାତ ଶୂନ୍ୟତା ଭାବନା ରୁ ନିସ୍ତାର ଦେଇପାରେ । ଜନମାନସ ହୋ ହଲ୍ଲା ବଦଳରେ ଶାନ୍ତି ଚାହାନ୍ତି, କିନ୍ତୁ ତୀବ୍ର ସ୍ଥିରତା କିମ୍ବା ବୈରାଗ୍ୟ ନୁହେଁ । | Entry #23707 — Discuss 0 — Variant: Not specified
|
ଏ ଯୁଗର, ଅନ୍ତତଃ ଉନ୍ନତ ଦେଶ ମାନଙ୍କରେ, ଏକ ଚର୍ଚ୍ଚାର ବିଷୟ ହେଲା : ଲୋକେ ନୀରବତା ଟିକିଏ ପାଇବାକୁ ବ୍ୟସ୍ତ ହୋଇ ପଡ଼ନ୍ତି କିନ୍ତୁ ପାଇ ପାରନ୍ତିନି। ରାସ୍ତାରେ ଯାଉଥିବା ଗାଡ଼ିମୋଟରର ଯାନ୍ତ୍ରିକ ଗର୍ଜନ , ଟେଲିଫୋନ୍ ର ନିରନ୍ତର ଧ୍ୱନି , ବସ୍ ଓ ଟ୍ରେନ୍ ଗୁଡ଼ିକ ପାଇଁ ଡିଜିଟାଲ୍ ଘୋଷଣା , ଫାଙ୍କା କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ଟିଭି ସେଟ୍ ଗୁଡିକର କର୍ଣ୍ଣକଟୁ ଶବ୍ଦ ଇତ୍ୟାଦି ଏକ ଲମ୍ବା ତାଲିକା ଯାହାର ଶେଷ ନାହିଁ। ଏଗୁଡ଼ିକ ମନକୁ ଅଯଥା ଅନ୍ୟମନସ୍କ କରିଦେବା ଭଳି ବିଷୟ। ମାନବ ଜାତି ଏହି ଶବ୍ଦମୟ ପରିବେଶ ମଧ୍ୟରେ କ୍ଳାନ୍ତ ହୋଇ ଗଲାଣି , ଏବଂ ତା’ର ବିପରୀତାବସ୍ଥା ପାଇଁ ଲାଳାୟିତ – ତାହା ନିଘଞ୍ଚ ବନ ମଧ୍ୟରେ ହେଉ , କିମ୍ବା ନିସ୍ତବ୍ଧତା ଏବଂ ଏକାଗ୍ରତା ପାଇଁ ଉଦ୍ଦିଷ୍ଟ କୌଣସି ନିଭୃତ ସ୍ଥାନରେ ହେଉ। ବାସ୍ତବତା ଠାରୁ ଦୂରକୁ ପଳାୟନ କରିବା ପାଇଁ ଚେଷ୍ଟିତ ଆଲାନ୍ କୋର୍ବାନ୍ , ସାବୋର୍ଣ୍ଣ ଠାରେ ତାଙ୍କର ନିଭୃତାବାସ ଠାରୁ ଏବଂ ଏର୍ଲିଂ କାଗ୍ଗେ , ଜଣେ ନରୱେଜୀୟ ଆବିଷ୍କାରକ, ଆଣ୍ଟାର୍କାଟିକାର ଧବଳମରୁର ସ୍ମୃତିରୁ ଏହିପରି ଲେଖନ୍ତି । ଏବଂ ତଥାପି ଶ୍ରୀଯୁକ୍ତ କୋର୍ବାନ୍ ତାଙ୍କର “ ନୀରବତାର ଏକ ଇତିହାସ”ରେ ଯେପରି ଦର୍ଶାଇ ଦିଅନ୍ତି , “ ପୂର୍ବରୁ ଯେତିକି ଶବ୍ଦ ହେଉଥିଲା , ତା’ ଠାରୁ ବେଶୀ କିଛି ଶବ୍ଦ ହେଉ ନାହିଁ। ପବନପୁରା ଚକର ବ୍ୟବହାର ପୂର୍ବରୁ ମହାନଗରମାନଙ୍କରେ ପଥରପକା ରାସ୍ତା ମାନଙ୍କ ଉପରେ ଘୋଡ଼ା ନାଲର ଟାପୁ ଏବଂ ଧାତବ ଚକମାନଙ୍କର ପିଟାଘଣ୍ଟା ପରି କାନଫଟା ଶବ୍ଦରେ ଗଳିକନ୍ଦି ପୂରି ଉଠୁଥିଲା। ମୋବାଇଲ୍ ଫୋନ୍ କୁ ନେଇ ଲୋକେ ନିଜେ ନିଜେ ଅଲଗା ହେଇ ଯିବା ପୂର୍ବରୁ ବସ୍ ଓ ଟ୍ରେନ୍ ଗୁଡ଼ିକ କଥାବାର୍ତ୍ତାରେ ମୁଖରିତ ହୋଇ ଉଠୁଥିଲା। ଖବର କାଗଜ ବିକାଳୀମାନେ ବିକ୍ରି ପାଇଁ ଥିବା ଜିନିଷପତ୍ର ଗୁଡ଼ିକୁ ଏକ ନିର୍ବାକ୍ ଗଦା କରି ଛାଡ଼ି ଯାଉ ନ ଥିଲେ , ବରଂ ସେ ଗୁଡ଼ିକ ବିଷୟରେ କଣ୍ଠ ଫଟାଇ ବିଜ୍ଞାପିତ କରୁଥିଲେ, ଠିକ୍ ଯେଉଁପରି ଚେରୀକୋଳି , ଭାୟୋଲେଟ୍ ଓ ସଜ ମାକାରେଲ୍ ର ବିକାଳୀମାନେ କରୁଥିଲେ । ଥିଏଟର୍ ଓ ଅପେରା ଗୁଡ଼ିକ ତ ବାଃ ବାଃ , ହୋ ହଲ୍ଲା ଓ କଥା-କଟାକଟିର ଏକ ବିପର୍ୟ୍ୟସ୍ତ ଅବସ୍ଥା ଥିଲା । ଏପରିକି ଗାଁ ଗହଳି ମାନଙ୍କରେ କୃଷିଶ୍ରମିକ ମାନେ ବିଲକାମ କଲାବେଳେ ମଧ୍ୟ ଗୀତ ଗାଉଥିଲେ। ବର୍ତ୍ତମାନ ଆଉ ସେମାନେ ଗାଆନ୍ତି ନାହିଁ। ଯାହା ପରିବର୍ତ୍ତିତ ହୋଇଛି , ତାହା ଶବ୍ଦର ସ୍ତରରେ ସେମିତି ବେଶୀ କିଛି ହୋଇ ନାହିଁ , ଯେପରିକି ବିଗତ ଶତାବ୍ଦୀ ମାନଙ୍କରେ ମଧ୍ୟ ଅଭିଯୋଗ ଥିଲା , କିନ୍ତୁ ଯେଉଁ ସ୍ଥାନରେ ନୀରବତା ପ୍ରବେଶ କରି ପାରିଥାନ୍ତା , ସେହି ସ୍ଥାନ ଅଧିକାର କରିଥିବା ମନୋଯୋଗ-ଭଙ୍ଗକାରୀର ସ୍ତର । ଆଉ ଏକ ବିରୋଧାଭାସ ଦୃଷ୍ଟିଗୋଚର ହୁଏ , କାରଣ ଯେତେବେଳେ ନୀରବତା ପ୍ରବେଶ କରେ – ପାଇନ୍ ଜଙ୍ଗଲର ନିଘଞ୍ଚତା ମଧ୍ୟରେ ହେଉ , ଏକ ମୁକ୍ତ ମରୁଭୂମିରେ ହେଉ କିମ୍ବା ହଠାତ୍ ଖାଲି କରାଯାଇଥିବା ଏକ କଠୋରୀ ମଧ୍ୟରେ ହେଉ –ଅନେକ ସମୟରେ ଏହା ସ୍ଵାଗତଯୋଗ୍ୟ ହେବା ଅପେକ୍ଷା ମନୋବଳ ଭଙ୍ଗକାରୀ ପ୍ରମାଣିତ ହୋଇଥାଏ । ଅଜଣା ଭୟ ମାଡ଼ିଆସେ , ଆଉ ଯାହା କିଛି ବି ତାହାକୁ ଏହି ଅଜଣା ଶୂନ୍ୟତାରୁ ରକ୍ଷା କରି ପାରିବ , କର୍ଣ୍ଣ ପ୍ରବୃତ୍ତିଗତ ଭାବେ ତା’କୁ ଜାବୁଡ଼ି ଧରେ – ସେ ଅଗ୍ନିର ଫୁତ୍କାର ହେଉ, ଚଢେଇର ରବ ହେଉ କିମ୍ବା ପତ୍ରଝଡ଼ାର କ୍ଷୀଣ ଶବ୍ଦ ହେଉ। ଲୋକେ ନୀରବତା ଚାହାନ୍ତି , କିନ୍ତୁ ଏତେଟା ନୁହଁ। | Entry #24502 — Discuss 0 — Variant: Not specified
|
ଏ ଯୁଗର ଏକ ଚିନ୍ତାର ବିଷୟ ହେଲା , ଲୋକେ ନିସ୍ତବ୍ଧତା ପାଇଁ ଲାଳାୟିତ , କିନ୍ତୁ କିଛିଟା ବି ପାଇ ପାରନ୍ତି ନାହିଁ- ଅନ୍ତତଃ ବିକଶିତ ବିଶ୍ଵରେ । ଯାନବାହନର ବିକଟ ଗର୍ଜନ , ଟେଲିଫୋନ୍ ର ନିରନ୍ତର ତୀବ୍ର ଧ୍ଵନି , ବସ୍ ଏବଂ ଟ୍ରେନ୍ ର ଅଭିକଳିତ ଘୋଷଣା, ଏପରିକି ଖାଲି ଥିବା ଅଫିସ୍ ମାନଙ୍କରେ ମଧ୍ୟ ଟେଲିଭିଜନ୍ ର ଚିତ୍କାର – ଏସବୁ ବ୍ୟକ୍ତିର ଅଭିନିବେଶରେ ଅନ୍ତରାୟ ସୃଷ୍ଟି କଲା ଭଳି ଏକ ଅସରନ୍ତି ତାଲିକା। ମନୁଷ୍ୟ ଜାତି ଏହିପରି ଶବ୍ଦ (ପ୍ରଦୂଷଣ )ମଧ୍ୟରେ ନିଃଶେଷିତ ହେଇ ଯାଉଛି ଏବଂ ଏହାର ଠିକ୍ ବିପରୀତ ଅବସ୍ଥା ପ୍ରାପ୍ତି ପାଇଁ ଝୁରି ହେଇଯାଉଛି – ସେ ଗହନ ବନାନୀ ମଧ୍ୟରେ ହେଉ , ଅସୀମ ସାଗର ବକ୍ଷରେ ହେଉ , କିମ୍ବା ନୀରବତା ତଥା ଅଭିନିବେଶ ପାଇଁ ସମର୍ପିତ କୌଣସି ନିକାଞ୍ଚନ ସ୍ଥାନରେ ହେଉ । ଅଲାଁ କୋର୍ବାଁ, ଜଣେ ଇତିହାସ ଅଧ୍ୟାପକ ତାଙ୍କର ନିଭୃତ ଆଶ୍ରୟସ୍ଥଳୀ ସୋର୍ବନ୍ ( ଯାହା କି ପୂର୍ବତନ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ଅଟ୍ଟାଳିକା ତଥା ଏକ ଐତିହାସିକ ସ୍ଥାନ ଅଟେ ) ଠାରୁ , ଏବଂ ମଧ୍ୟ ଆର୍ଲିଂ କଗ୍ୟେ ନାମକ ନର୍ୱେର ଜଣେ ଦେଶାନୁସନ୍ଧାନୀ , ଆଣ୍ଟାର୍କାଟିକାର ବରଫାବୃତ ନିଷ୍ଫଳା ଅଞ୍ଚଳ ବିଷୟରେ ତାଙ୍କର ସ୍ମୃତିରୁ, ଏହି କଥା ଲେଖନ୍ତି - ଯେଉଁ ସ୍ଥାନ ମାନଙ୍କରେ କି ଏହି ଦୁଇ ବୁଦ୍ଧିଜୀବୀ , (ଆଧୁନିକ ଦୁନିଆର କୋଳାହଳ ପାଖରୁ) ପଳାୟନ କରିବାକୁ ପ୍ରୟାସ କରିଛନ୍ତି। ଏବଂ ତଥାପି , କୋର୍ବାଁ ତାଙ୍କର “ ନୀରବତାର ଏକ ଇତିହାସ” (ଏ ହିଷ୍ଟ୍ରି ଅଫ୍ ସାଇଲେନ୍ସ୍) ନିବନ୍ଧରେ ଯେପରି ଲେଖନ୍ତି : ପୂର୍ବରୁ ଯେତେ ଶବ୍ଦ ଥିଲା, ବର୍ତ୍ତମାନ ବୋଧହୁଏ ତାହା ଠାରୁ ଆଉ ଅଧିକ ଶବ୍ଦ ନାହିଁ। ପବନପୂରା ଚକ ବ୍ୟବହାରର ପୂର୍ବରୁ ସହରୀ ରାସ୍ତା ଗୁଡ଼ିକ , ଧାତବ ଚକ୍କାର କାନଫଟା ଢଂ ଢଂ ଆବାଜ୍ ଏବଂ ପଥରପକା ରାସ୍ତା ଗୁଡ଼ିକ , ଘୋଡ଼ାନାଲର ଠକ୍ ଠକ୍ ଶବ୍ଦରେ ପରିପୂର୍ଣ୍ଣ ଥିଲା। ମୋବାଇଲ୍ ଫୋନ୍ କୁ ନେଇ ମଣିଷମାନେ ସ୍ଵେଚ୍ଛାକୃତ ଭାବେ ଏକ୍ଲାପଣକୁ ଆପଣେଇନେବା ପୂର୍ବରୁ , ବସ୍ ଆଉ ଟ୍ରେନ୍ ଭିତରେ ଲୋକମାନଙ୍କ ଅନବରତ କଥାବାର୍ତ୍ତାର ବଜ୍ ବଜ୍ ଶବ୍ଦ କାନକୁ ତାବଦା କରିଦେଉଥିଲା ।ଖବରକାଗଜ ବିକାଳିମାନେ ତ ଆଉ ସେମାନଙ୍କର ବିକ୍ରୟ-ସାମଗ୍ରୀ ଗୁଡ଼ିକୁ ଚୁପ୍ ଚାପ୍ ସେମିତି ଛାଡ଼ି ଆସୁ ନ ଥିଲେ, ବରଂ ଚିତ୍କାର କରି ସେଗୁଡ଼ିକର ବିଜ୍ଞାପନ କରୁଥିଲେ ; “ଚେରୀ” କୋଳି , “ଭାୟୋଲେଟ୍” ଫୁଲ ତଥା ସଜ “ମ୍ୟାକାରେଲ୍”ମାଛ ବିକାଳି ମାନେ ମଧ୍ୟ ଠିକ୍ ସେଇଆ ହିଁ କରୁଥିଲେ । ଥିଏଟର୍ ଏବଂ ଅପେରା ଗୁଡ଼ିକ ତ ଚିତ୍କାର ତଥା ଉଚ୍ଚ ସ୍ଵରରେ ହାସ୍ୟ-ପରିହାସ କରିବାର ଏକ ବିଶୃଙ୍ଖଳିତ ମିଶ୍ରଣ ଥିଲା। ଗାଁ ଗହଳି ମାନଙ୍କରେ କୃଷକମାନେ କୃଷିକାର୍ଯ୍ୟ କଲାବେଳେ ସୁଦ୍ଧା ଗୀତ ବୋଲୁଥିଲେ। ଏବେ ଆଉ ସେମାନେ ଗାଆନ୍ତି ନାହିଁ । ଯାହା ବଦଳିଛି ,ତାହା ଶବ୍ଦର ସ୍ତର ନୁହେଁ – ଯେଉଁ ବିଷୟରେ କି ପୂର୍ବ ଶତାବ୍ଦୀ ସମୂହରେ ମଧ୍ୟ ଅଭିଯୋଗ ରହି ଆସିଥିଲା , କିନ୍ତୁ ବଦଳିଛି ମନକୁ ଭିନ୍ନମୁଖୀ କରିପାରିବାର ସ୍ତର ; ଏବଂ ଏହା ଯେଉଁ ସ୍ଥାନ ଅଧିକାର କରିରଖିଅଛି , ନିସ୍ତବ୍ଧତା ତାହାକୁ (ପକ୍ଷାନ୍ତରେ ଅନାକ୍ରାନ୍ତ ଭାବେ ) ଅକ୍ତିଆର କରି ପାରିଥା’ନ୍ତା । ଏଠି ଅନ୍ୟ ଏକ ବିରୋଧାଭାସ ବା ଦ୍ଵନ୍ଦ (ମଧ୍ୟ) ଦୃଶ୍ୟମାନ ହୁଏ - ଯେହେତୁ ଯେତେବେଳେ ନିସ୍ତବ୍ଧତା ମାଡ଼ି ଆସେ - ତାହା ପାଇନ୍ ଅରଣ୍ୟର ନିଘଞ୍ଚତା ଭିତରେ ହେଉ , କି ମୁକୁଳା ମରୁଭୂମିର ଉପରେ ହେଉ ଅବା ହଠାତ୍ ପରିତ୍ୟକ୍ତ ଏକ କଠୋରୀ ମଧ୍ୟରେ ହେଉ- ସେତେବେଳେ ଏହା ସ୍ଵାଗତଯୋଗ୍ୟ ହେବା ପରିବର୍ତ୍ତେ ଭୀତିପ୍ରଦ ପ୍ରମାଣିତ ହୋଇଥାଏ । ଛନକା ପଶିଆସେ ଏବଂ ଯାହା କିଛି ବି ଆବାଜ୍ ତାହାକୁ ଏହି ଅଜଣା ଶୂନ୍ୟପଣ ଠାରୁ ବଞ୍ଚାଇ ପାରିବ, ସେଇଟିକୁ ଶ୍ରବଣେନ୍ଦ୍ରିୟ ଜାବୁଡ଼ି ଧରିବାକୁ ଚେଷ୍ଟାକରେ – ସେ ଲେଲିହାନ ଅଗ୍ନିଶିଖାର ଫୁତ୍କାର ହେଉ , କି ପକ୍ଷୀର କୂଜନ ହେଉ ଅବା ଝୁଲନ୍ତ-ପତ୍ରର ମୁଲାୟମ ସୀତ୍କାର ହେଉ । ଲୋକେ ନୀରବତା ଚାହାନ୍ତି- କିନ୍ତୁ ଏତେ ମାତ୍ରାରେ ନୁହେଁ । | Entry #24382 — Discuss 0 — Variant: Not specified
|